Showing posts with label Odia. Show all posts
Showing posts with label Odia. Show all posts

Tuesday, June 3, 2025

ଚିଠିଟିଏ : A Letter

ହୃଦୟ ଝିଞ୍ଜାରି ପକାଉଥିବା କେତୋଟି ଶବ୍ଦ ... ସେହି ଶବ୍ଦ ମଧ୍ୟରେ ଲୁଚି ରହିଥିଲା ଅନେକ କୁହା ଅକୁହା କଥା। କୁହା କଥା ଯେତକ, ତା'ଠାରୁ ଅକୁହା କଥାର ଓଜନ ଢେର୍ ବେଶି। କେତେ ବେଶି ସେଇଟା କେବେ ମାପି ହେଇନି କି ହେବ ନାହିଁ ବୋଧହୁଏ। 

ଯେଉଁ କଲମ କାଳିରେ ଲେଖାଯାଇଥିଲା ସେ ଚିଠିଟି, ନା ସେ କାଳି ଅଛି, ନା ଅଛି ସେ କଲମର ଚିହ୍ନ ବର୍ଣ୍ଣ। ଯେମିତି ସେହି ଶବ୍ଦର ଭାବରେ ନିଜକୁ ଭିଜାଇ ହଜିଯାଇଛନ୍ତି ସମୟର ଶେଷ ଦ୍ବାର ପାଖ କେଉଁ ଗୋଟିଏ ଗଳିରେ। ଏତେ ଭାବନା କ'ଣ ଦୁନିଆରେ ଥାଏ! 

ଏମିତି ଗାମ୍ଭୀର୍ଯ୍ଯ, ଏମିତି ମାଧୁର୍ଯ୍ୟ ଯେ କେତୋଟି ଅକୁହା କଥା ଓ ଅବ୍ୟକ୍ତ ଭାବନାରେ ଥାଇପାରେ, ତାହା ଚିନ୍ତା କରିବା ହିଁ କାଠିକର ପାଠ। ପ୍ରେମକୁ ପ୍ରେମ କରିପାରିଥିବା ବ୍ୟକ୍ତିଟିଏ ହିଁ ବୁଝିପାରିବ ତା'ର ସାରମର୍ମ- ସେ ସୂକ୍ଷ୍ମତାର ଶକ୍ତିକୁ । ସେଥିପାଇଁ ତ ଚିଠିଟିଏ ମଧ୍ଯେ ସାଇତି ହୋଇ ରହିଯାଇଛି ସେ ହୃଦୟରୁ ଖଣ୍ଡେ ! 

/ 9
: 285
#D2June
====================================
A Loose Translation: 

A few words that tug at your heartstrings shelters some unseen unspoken words. Those unspoken words are much heavier than those that have been uttered. It, perhaps, is never possible to appraise the weight that these unspoken words have always carried. 

The ink that penned those words in that letter have ever since dried up, and so has the stylus that housed it once. Immersed in the essence of these words, they have evanesced themselves- somewhere around the peripheral apogee of time's ultimate stance. Is it even possible for these depths of feelings to exist !

It's incomprehensible to imagine the sincerity, the sweetness that these words can encompass. Only a person who has loved Love can understand its essence - the power of that subtlety, that elegance, that etherealness. That is perhaps why the piece of that heart has been preserved in a letter!

/ 9
: 143
#D2June
====================================
Copyright © 2025 One Life To Live. All Rights Reserved

Wednesday, April 23, 2025

ମୁଁ ମଧ୍ୟ ନୁହେଁ ମୋ'ର

ଦେଖିଛି ତା' ଖୁସି ଜହ୍ନ ଭିଜା ନିଶାରେ 
କଲ୍ଲୋଳିତ ତା' ହସ ମଧୁରୀମା ପ୍ରାତଃରେ
କିନ୍ତୁ କହେନା ସେ ମନ ଖୋଲି ମନ କଥା ମୋତେ 
ଅଜଣା କି ମୁଁ ଏବେ ବି, ଥାଇ ସର୍ବଦା ତା' ପାଖରେ ?

ଦିନ ଆସେ ଦିନ ଯାଏ, ନିରନ୍ତର ସେ ବହି ଥାଏ
କୁଟା କାଠି ଝଡା ପତ୍ର, ସ୍ରୋତେ ତା'ର ବାହି ନିଏ

ବାହି ନିଏ ସେ ଅଝଟ ପ୍ରାର୍ଥନା, ପୁଣି ପଥିକର କ୍ଳାନ୍ତ ସ୍ମୃତି
ଅଲୋଡ଼ା କବିର କବିତାରେ କେବେକେବେ ପ୍ରେମର ଆବୃତ୍ତି 
ମନେ ପଡି ଯାଏ ମୁଁ ଅକସ୍ମାତ ବୋଧେ... ମୋ ବକ୍ଷେ ଛାଡ଼ି ଯାଏ
କେବେ କିଛି ବସ୍ତୁ, କେବେ କିଛି ଅଖୋଜା କାହାଣୀର ଇତି ବୃତ୍ତି 

(ତଥାପି କହେନା ସେ ମନ ଖୋଲି ମନ କଥା ତା'ର
ବେଳେବେଳେ ବାହି ନିଏ ସେ ସ୍ମୃତି ମଧ୍ୟୁ ସ୍ମୃତି ମଧ୍ୟ କିଛି)

କେବେ ପୁଣି ଆସେ ଆଷାଢ଼ର ସେ ଘନ ମେଘମାଳ, 
ଝୁମି ଝୁମି ନାଚି ଉଠେ ଶୁଣି ଆକାଶର ମୃଦୁ ତାଳ
ଶ୍ରାବଣର ଧାରେ ପୁଣି କେବେ ହୁଏ ଭାବବିହ୍ବଳ
ଅଣାୟତ୍ତ ହୋଇ ଲଙ୍ଘିଯାଏ ମୋତେ, ଭସାଏ ସେ ସ୍ଥଳ

ରୋକିବାକୁ ଚାହିଁ ମଧ୍ୟ ମୁଁ କେବେ ବା ରୋକି ପାରିଛି
ଅପେକ୍ଷାରତ ଥାଇ ମଧ୍ୟ ସେ ମୋ ଅପେକ୍ଷା ବା କେବେ ବୁଝି ପାରିଛି
ତା' ଭାବରେ ଅସ୍ତିତ୍ୱରୁ କିଛି ତା' ଜଳେ ଜଳମଗ୍ନ କରିଛି
ଅବିରତ ତା' ଝଲକ ପାଇଁ ସମୁଦ୍ର ପାଖେ ମଧ୍ୟ ମୁଁ ବସା ବାନ୍ଧିଛି

(ତା' କୂଳ ମୁଁ, ସର୍ବଦା ନଦୀ ପାଇଁ ଚିହ୍ନିତ
ମୋ ନାଁ ରେ କ'ଣ କେବେ ନଦୀ ଚିହ୍ନା ପାଇଛି?)

ମନ କଥା ତା'କୁ କେବେ କେବେ କହିଛି
କିଛି କଥା ଏବେ ବି ଅକୁହା ରହି ଯାଇଛି
ତା' ଖୁସିରେ ଖୁସି ହୋଇ ଆପଣେଇଛି ମୋହ କୁ
ତା' ଦୁଃଖ ଦେଖି ରୋକିବି କେତେ ଅବା କୋହ କୁ
ମୋ ଖୁସି, ଦୁଃଖ, କୋହ, ମୋହ ତା' ପାଇଁ ଓ ତା'ର
ନିମିତ୍ତ ମୁଁ, ତା' ନାମେ ନାମିତ, ମୁଁ ମଧ୍ୟ ନୁହେଁ ମୋ'ର 

/ 28
: 486
Copyright © 2025 One Life To Live. All Rights Reserved

Monday, April 14, 2025

ଟିକିଏ କାନିକା ପରି

ପଚାରିଲେ ଜନନୀ ମୋ'ର, "କ'ଣ ଖାଇଛୁ ଆଜି ମା?"
ମୁଁ କହିଲି, "କିଛି ନାହିଁ।"
ସେ କହିଲେ (ବ୍ଯଙ୍ଗରେ),"ଖାଲି ପବନ ଖାଇଛୁ ତା'ହେଲେ।"
ମୁଁ କି ଏ ସୁଯୋଗ ଛାଡିବା ଲୋକ। ମୁଁ ମଧ୍ୟ କହିଲି,

"ଖାଲି ପବନ ନୁହେଁ ...
ଟିକିଏ ପବନ, ସେଥିରେ (ଗଛ ପତ୍ରର) ବର୍ଷା ପାଣି କଲି ମିଶ୍ରଣ ।
ଛିଡେଇ ଆଣି ଭସା ବାଦଲ ରୁ ଖଣ୍ଡେ,
ସଜେଇ ରଖିଲି ସେଥିରେ, ପୁଣି କହୁଛି ଶୁଣ...
ସଜ ଫୁଟା ଫୁଲର ମହକ ଟିକିଏ ଆଣି,
ତା' ଉପରେ ଛିଞ୍ଚି ଦେଲି ହାଲକା ହାଲକା ପୁଣି।"

ଏହା ଶୁଣି କହିଲେ ସେ, "ଆରେ ବାଃ ! ବଢିଆ କବିତା। "

"କବିତା ? ଏ କି କବିତା ? ଇଏ କ'ଣ କବିତା !?," ବୋଲି କହିଲି ମୁଁ।

ଆପଣ ମାନେ କୁହନ୍ତୁ ତ...


ଓଡ଼ିଆ ଖାଦ୍ୟରେ ଭାତ ର ମହତ୍ତ୍ୱର ସରି,
ଜନନୀ ମଧ୍ୟ ମୋ'ର ଠିକ ସେମିତି
ଟିକିଏ କାନିକା ପରି...

କାନିକାର ମିଠା ମିଠା ସ୍ବାଦ ଭଳି,
ମିଠା କଥା ଥା'ନ୍ତି ସେ କହି ।
ପୁଣି କେବେ ଅଳେଇଚ, ଡାଲଚିନି ମସଲା ଭଳି,
ବ୍ଯଙ୍ଗଭରା କଥାର ଛୁଙ୍କ ମଧ୍ଯ ଥାଏ ତହିଁ ।
ଦେଶି ଘିଅ ଭଳି ଥାଏ ଯତ୍ନ ଓ ପୋଷଣ
ପ୍ରଭୁ ପାଦେ କରିଥାନ୍ତି ସେ ସର୍ବଦା ଜଣାଣ।

ଓଡ଼ିଆ ଖାଦ୍ୟରେ ଭାତ ର ମହତ୍ତ୍ୱର ସରି,
ଜନନୀ ମଧ୍ୟ ମୋ'ର ଠିକ ସେମିତି
ଟିକିଏ କାନିକା ପରି...

/25
: 146
==============================
A Little Something:

The conversation mentioned here happened as it is... exactly as mentioned. So, permission and consent has been taken accordingly.

The last 12 lines may come as a surprise for her.
==============================

Copyright © 2025 One Life To Live. All Rights Reserved

Saturday, April 5, 2025

ଅଭିଯାନ

ଚିରଦିନୁ ଆଶ୍ରିତା ସେ ମହା ଦ୍ରୁମ ଛାୟାରେ,
ନିରାପଦେ ବଢିଛି ସେ ସୁରକ୍ଷିତ କାୟାରେ ।
ଦୁନିଆର ରୀତି ନୀତି କି ଅବା ସେ ଜାଣିଛି,
ଆଲୋକର ମିଠା ମଧୁ କେବେ ବା ସେ ଚାଖିଛି !

ନିତି ଦେଖେ ଗୁଣ୍ଡୁଚିଙ୍କ କୌତୁହଳ, ପିମ୍ପୁଡ଼ିଙ୍କ ମେଲଣ,
ନିତି ଶୁଣେ କିଚିମିଚି ପକ୍ଷୀ ଗୀତ, ସାଧୁଙ୍କର ଜଣାଣ ।
କିନ୍ତୁ ଦେଖିନି ସେ ନୀଳବର୍ଣ୍ଣ ଆକାଶରେ ମେଘମାଳା ଶ୍ବେତ,
ଶୁଣିନି ସେ ଚପଳାର ମୃଦୁ ଧ୍ବନି ଅବା ସକାଳର ସ୍ବର୍ଣ୍ଣ ଗୀତ ।

ଭାବେ ବସି ବିଦେଶିନୀ ପବନର ସ୍ରୋତ କଥା,
କାହା ଗାଥା ଗାଏ ସେ ଯେ ଲାଗେ କିଛି ଅଧା ଅଧା?
ମହକେ ସେ ଅଜଣା ଏକ ପୁଲକିତ ବାସ୍ନାରେ,
ଅଛି କି ଏକ ଦୁନିଆ ତା' ଦୁନିଆ ବାହାରେ !?

ଦେଖେ ସିଏ ନିତି ଏବେ, ଏକ ଅଭାବନୀୟ ସପନ,
ଭାବେ ବସି ଅକଳ୍ପନୀୟ ଗାଥାରେ ଲୁଚିଥିବା ଗହନ ।
'ଅଭିଯାନ ଯେ ଅପରିହାର୍ଯ୍ୟ', ଶୁଣିଛି ସେ ଜୀବନେ,
ଅଜଣା ଅନ୍ଧକାରେ ସେ ଯିବ ଏବେ - ଆଲୋକର ସନ୍ଧାନେ ।

/ 16
: 108

N.B. Based on some basic and base level concepts of Metaphysics. 
Copyright © 2025 One Life To Live. All Rights Reserved

Wednesday, April 2, 2025

ଐକାନ୍ତିକ

ଅସରନ୍ତି କୁହେଳିକା ସେ ଚକ୍ଷୁ ଯହିଁ ଚାହେଁ
ଚାହୁଁ ଚାହୁଁ ଗୋଲାପ ସ୍ବର୍ଣ୍ଣ ତହିଁ ବିଦ୍ୟମାନ ହୁଏ 
ହେବ ହେବ ବୋଲି ଦ୍ବିଜ ସ୍ବର ପୁଣି ଶୁଭେ 
ଶୁଭ ଶୁଭ୍ର ଉର୍ମି ବକ୍ଷେ ଆଭା ମୋକ୍ଷ ଲଭେ

ଏଭଳି ଦୃଶ୍ୟର ଦୃଷ୍ଟାନ୍ତ ବା କାହିଁ 
ସବୁଠି ଥାଏ କିନ୍ତୁ ଦୃଶ୍ୟ ହୁଏ ନାହିଁ
ଜୀବନ ଭଳି ମନେହୁଏ ଅବା ତାହା ହିଁ ଜୀବନ 
ମନ ମଧ୍ୟେ ପ୍ରଶ୍ନ ଅସୁମାରି ହୁଏ ଉଦ୍ଭାବନ 
 
ଅନନ୍ତ ଶିଖା ଭଳି ଜଳେ ପ୍ରଶ୍ନ ଏଠି
କେଉଁ ରାଜ୍ୟେ ଖୋଜିବୁଲେ, ଉତ୍ତର ଅଛି ଅବା ସେଠି?
ଆଖି ଦେଖେ ଯାହା ଏଠି, ଭ୍ରମ ତହିଁ ବିଦ୍ୟମାନ 
ସ୍ବପ୍ନେ ସତ୍ଯ ଉଭା ହୁଏ, କେବେ କରେ କି ସନ୍ଧାନ ?

ମରୁ ମଧ୍ୟେ ଉଦଧି ଥିଲା, ବୋଧ ହୁଏ କେବେ
ରତ୍ନ ତହିଁ ସାଉଁଟିଲେ, ମିଳିବ କି ଏବେ? 

କିମ୍ବଦନ୍ତୀ କୋଳେ,            ଅସ୍ପଷ୍ଟ ସେ ତାରାଦୀପ୍ତି ମେଳେ,
                     ପ୍ରହେଳିକା ଅନେକ ।
ମନ କିନ୍ତୁ ପ୍ରଭାମୟୀ,         ଚିତ୍ତ ଦ୍ଯୁତିମୟୀ
                  ସମାଧାନ ତହିଁ ଐକାନ୍ତିକ ।


/ 18
: 108
Copyright © 2025 One Life To Live. All Rights Reserved

Saturday, January 18, 2025

C'est la Vie ! : କଳ୍ପନାର ହିମଦେଶ


ତୁଷାରିତ ହିମଗିରି ଶିଖର କୋଳେ,
ସ୍ବର୍ଣ୍ଣାଭ କିରଣ ର କଲ୍ଲୋଳିତ ତାଳେ,
ପ୍ରସ୍ଫୁଟିତ ହୀରାକଣି ପୁଷ୍ପ ହସେ,
ଜୀବନ ସେଠି ଜୀବନର ରହସ୍ଯ ଭାଷେ ।

ହିମଗୌର ଆଲୋକରେ ପ୍ରଜ୍ବଳିତ ଶିଖା,
ଚପଳ ଜୋଛନା ସେଠି ଆଙ୍କେ ଚିତ୍ରଲେଖା,
ମନୋମୟ କାହାଣୀରେ କାଦମ୍ବିନୀ ହଜେ,
ମନ ସେଠି ମନର ଗୀତିକାର ସାଜେ ।

ନଭଶ୍ଚୁମ୍ବୀ ସେ, ଧରିତ୍ରୀର ଶ୍ରେଷ୍ଠ ଚୂଡ଼ାମଣି,
ମିଞ୍ଜିମିଞ୍ଜି ତାରାପୁଞ୍ଜ ତହିଁ ସ୍ବପ୍ନ ଯାଏ ବୁଣି,
ମୃଦୁ ହସେ ମନ୍ଦାକିନୀ ଉତଫୁଲ୍ଲିତ ହୋଇ,
କଳ୍ପନା ସେଠି କଳ୍ପନାର ସ୍ମାରକ ଗଢ଼ଇ ।

====================================
A Loose Translation: 
(January 22, 2025, 8:16 PM)

That's Life! : A Snowy Land (Himalayas) of Imagination 

In the lap of the snowy peaks, 
With the astoundingly delightful rhythm of the golden rays, 
The blooming diamond flowers beam with delight, 
And Life... whispers the mystery of Life there. 

The peak (1*) glistens in the auroral frosted snow,
As the fickle moonbeam paints a celestial portrait, 
The ethereal clouds immerse themselves in fantasies,
And Mind... adorns itself with ariose ballads of Mind.

Kissing the skies, it is a treasure sans pareil,
Where the shimmering stars sow and plant dreams.
The exultant "Mandakini" (2*) smiles gently,
And Imagination... builds a monument of Imagination there.

(1*) the mountain peak and the flame : are spelt same in Odia. An ornamentation technique is used called "Jamaka Alankara" has been used here.

(2*) Mandakini is a tributary river of Ganga. Additionally, the cosmic river or the Milky way galaxy is also referred to as Mandakini. Again, "Jamaka Alankara" is used here.
====================================

Copyright © 2025 One Life To Live. All Rights Reserved

Monday, October 28, 2024

ଓତପ୍ରୋତ

ବର୍ଣ୍ଣ ବିହୀନେ ବର୍ଣ୍ଣନା ଯେ କି କରିବି ମୁଁ ତା'କୁ କୁହ ମୋତେ।
ଅବର୍ଣ୍ଣନୀୟ ସେ ବର୍ଣ୍ଣ ବା କି ତା'କୁ ବର୍ଣ୍ଣନା କରିବ କେତେ ।। 
ଜଳଜଳ ହୋଇ ଜଳେ ସେ ଜଳରେ ଅଗାଧ ଜଳେ ସେ ଭାସେ ।
ଭାଷେ ସେ ବ୍ରହ୍ମାଣ୍ଡ ଭାଷା ଅନୁପମ ମୌନତା କିନ୍ତୁ ଚଷେ ।।


ଦ୍ରଷ୍ଟା ଦୃଷ୍ଟିରେ ଦେଖେ ସେ ଦୁନିଆ ବୁଝେ ସେ ଦର୍ଶନ ଜ୍ଞାନ ।
ଦୂର ସେ ତାରାର ଦୀର୍ଘ ବୁକୁରେ ନିତି ସିଞ୍ଚଇ ସ୍ବପ୍ନର ଦ୍ରୁମ ।।
ଡାକେ ପାଖରେ ତଥାପି ଦୂରରେ କିନ୍ତୁ ଡଗର ଲୋଡ଼େ ସେ ନାହିଁ ।
ନହକା ଡଙ୍ଗାରେ ଡଅଁରେ ପଡିଲେ ଡାକକେ ଉଦ୍ଧାରେ ତହିଁ ।।


ଗଦ୍-ଗଦ୍ ହୋଇ ଗାଏ ସେ ଗୀତିକା ଗଗନେ ପବନେ ଭାସି ।
ଗମ୍ଯ ଗାଥାର ଗହନ ଗାମ୍ଭୀର୍ଯ୍ୟ ପୁଣି ଭାବଇ କ୍ଷଣେ ସେ ବସି ।।
ରଚଇ ରଚନା ରିକ୍ତ ଆକାଶେ ମୁକ୍ତ ମନର ଭବ୍ଯ ସ୍ମୃତି ।
ରମ୍ୟ ରବିଙ୍କ ଅଙ୍କିତ ପଥେ ବୁଣଇ ଅପୂର୍ବ କିରଣ ନିତି ।।

ଅନନ୍ତ ଅଦ୍ଭୁତ କାହାଣୀ ସମ୍ଭାର ଅଛି ତନ୍ମଧ୍ଯରେ ଲୁଚି ।
ଅନେକ ଅନନ୍ଯ ସାରମର୍ମ ତହିଁ, ପଢ଼ିବେ ପାଠକେ ବୁଝି ।।

=======================================
A Little Something:

The Odia consonants are generally arranged in a matrix format of 5 columns.

For this piece, the consonants in the third column of the first 5 rows and the consonant in the second column of the sixth row is taken (There are rarely any words beginning with the third consonant in the sixth row). In each “couplet”, multiple words are used that start with these consonants.

Here, the relative positioning of the consonants are considered. When the relative positions of the consonants in each stanza is added, the sum results to 31, except in the third stanza.

In the third stanza, the sum resulted in 30 because of the adjustment in the sixth row. Hence, to make up for it, the first vowel is used as the beginning of multiple words in the last two lines. The vowel is given a conditional position of 1 (marked with an asterisk), and hence the result of sum adjusts up to 31.

31 + 31 + 31 = 93

P. S. There are a couple more number related usages in this piece. Let’s leave it at that.

=======================================

Copyright © 2024 One Life To Live. All Rights Reserved

Monday, July 8, 2024

ଜହ୍ନର ସ୍ବପ୍ନ: Dream of the Moon

ତନ୍ଦ୍ରା ସୁରେ ଜହ୍ନ ନିଦ୍ରା ଯାଏ ଯେବେ,
ଭ୍ରମେ ସେ ସପନ ରାଇଜେ ।
ସେ ରାଇଜେ ଥାଏ ଶୂନ୍ଯର ଆକାଂକ୍ଷା,
ଶୂନ୍ଯ କୋଳେ ତିଳେ ଭ୍ରମ କାହିଁ ଯେ ?

ନାହିଁ ସେଠି ଧରା, ଦିଶେ ନାହିଁ ତାରା,
ନାହିଁ ମାନସିକ ଥାଳି, ଅବା ଅଲୋଡ଼ା ପସରା ।
ସେଠି ଅଛି ଅଭୁଲା ସେ ନିଶବ୍ଦର ଧ୍ବନି,
ଯେ ଧ୍ବନି ଗୁନ୍ଥିଥାଏ ଅର୍କାଲୋକ ମଧୁର ରାଗିଣୀ ।।

ଅର୍କାଲୋକ ରାଗିଣୀର ପ୍ରତିଟି ଛନ୍ଦରେ,
ଥାଏ କାହାଣୀ ମଧୁମୟ ପ୍ରତିଟି ପଦରେ ।
ନିଦ୍ରା ଗାଏ ତନ୍ଦ୍ରା ସୁରେ ଯେବେ ସେ କାହାଣୀ,
ମୁଗ୍ଧ ହୋଇ ଜହ୍ନ ହସେ ସେ ସ୍ବପ୍ନ କ୍ଷଣରେ ।।
Copyright © 2024 One Life To Live. All Rights Reserved

Thursday, April 25, 2024

Never-Ending Pages: ଅସରନ୍ତି ପୃଷ୍ଠା ସବୁ

ଚିରନ୍ତନ ସେ ପ୍ରେମ ପୁସ୍ତକର
ଅସରନ୍ତି ପୃଷ୍ଠା ସବୁ ଓଲଟାଇବା ବେଳେ
ଦୃଷ୍ଟି ରହିଗଲା ସେହି ପୃଷ୍ଠାଟିରେ
ପୃଷ୍ଠାର ନାମ "ଜୀବନ"...
 
ଅସୀମ ବହିର ସିମୀତ ସେ ଜୀବନ ଫର୍ଦ୍ଦରେ
ଅନେକ ଗାଥା ଅନେକ କାହାଣୀ
କିଛି ଇତି ହୁଏ, କିଛି ରହିଯାଏ ସେମିତି
କିନ୍ତୁ ସରେ ସେ ଯାତ୍ରା,
ଫେରେ ସେ ପଥ, ଦେଇ ଲେଉଟାଣି...
 
କିନ୍ତୁ ପ୍ରେମ...
ଅନନ୍ତ ଅସରନ୍ତି ଅଦ୍ଭୁତ ଚିର ଚଇତି
ନା ଅଛି ତା'ର ଆଦି,
ଅନ୍ତ ବା ତା'ର ହେବ କେମିତି!?

================================================

A little something:

They say... Love is a page in the book of Life. But I believe, Life is a page in the book of Love. Even though the pages of Life is limited, this book called "Love" is never-ending, eternal.

It started with the thought: While skimming through the pages of (a book called) "Love", I stumbled upon a page which spelled "Life".

================================================
Copyright © 2024 One Life To Live. All Rights Reserved

Tuesday, March 31, 2020

ଅଳସ ରାତ୍ରି

ହୃଦୟର  ସେହି ଉଷ୍ଣ ଅନୁଭବ 
ଲୁଚି ଆଜି ଉଙ୍କି ମାରେ ।
କିମିଆ କରିଛି ଅଳସ ରାତ୍ରି 
ସେ ତନ୍ଦ୍ରା ସ୍ବପ୍ନ ସୁରେ ।।
Copyright © 2020 One Life To Live. All Rights Reserved

Friday, January 23, 2015

Nutanataa ra Paribhasa







Copyright © One Life To Live. All Rights Reserved

Monday, December 29, 2014

Mahlaara ra Mayuri


-----------------------------------------------------------------------------------------------------------------

A Little Something:

I wrote this poem some months back. One fine afternoon, I was standing by the window looking at the tree outside and observing a few birds chirping around. It was as if nothing could bother them, they were just themselves.....as if they were rays of hope! I felt that they are living the most wonderful of lives. Whatever, wherever, whenever. Forever! If we live by hope, we have lived it good. If we can give somebody hope in despair, however insignificant it may be, we have lived it brilliant.

"Mahlaara" can be called as a collective noun. It is mostly associated with the rains and clouds. It is said to inflict rain. In musical context, "Raaga Malhar" is a powerful raga of Indian classical music, which when sung is said to bring upon rain. It signifies positiveness. "Mayuri" means peacock, the bird of the rains.

The little thought, which the birds inducted upon me, took shape into this simple poem.
-----------------------------------------------------------------------------------------------------------------

Copyright © One Life To Live. All Rights Reserved.

Saturday, July 19, 2014

Swapne Sandhaana




Copyright © One Life To Live. All Rights Reserved.

Thursday, October 17, 2013

Alekha Kahani


Copyright © One Life To Live. All Rights Reserved.


Friday, December 21, 2012

Astaranga



Copyright © One Life To Live. All Rights Reserved.



Wednesday, November 14, 2012

Anya Eka Aakaasha



Copyright © One Life To Live. All Rights Reserved.

Sunday, November 11, 2012

Abhihna Paristhiti Bhihna Anubhuti





Copyright © One Life To Live. All Rights Reserved.


Friday, November 9, 2012

Achihnaa Swapna



Copyright © One Life To Live. All Rights Reserved.



Thursday, August 9, 2012

KrushnaChudara Hasa


Mana Sopanare unki maare mora
aaji eka khyudra prasna
swapna antaraale sthiti je khyurna
ki achi chihna barna
ki achchi akaashe indradhanu madhye
ki achchi puspa madhye
taara madhye luchi alpa unki base
mrudu manda hoi krushna chuda hase

sei krushnachuda hase surjya udbhasita
krushnachuda hase chandra pratyusita
chandrama kirane apurba abhaasa
tanmadhyare puni mana pakhi baasa
mana pakhi udi buli jai base
kahin kete dura bane
sehi ghora bane krushnachuda hase
antaraala bhaabi mane

antaraala gaatha gai se jaachi
rajata baarta kahi je jaaichi
nikhuna swapnare tathaapi se bhaase
ehi gaatha dekhi krushnachuda hase
kathasagarare kete je lahari
taaku ba sate jiba ke pahanri
jete apuraka katha sagara ras
sete apurba e krushnachudaara hasa

Copyright © One Life To Live. All Rights Reserved.

About Me

My photo
As a blogger, one of the things I am often asked is "How/ When did you get started with all this?" For as long as my memory takes me back, I have always found myself pondering about a plethora of things. I have always loved reflecting on the small but wonderful aspects of life. Ipsita Contemplates has been very special and I love to get the opportunity to share my musings, my thoughts, and my perceptions with you. It is also a way to appreciate the essence of Life!