ହୃଦୟ ଝିଞ୍ଜାରି ପକାଉଥିବା କେତୋଟି ଶବ୍ଦ ... ସେହି ଶବ୍ଦ ମଧ୍ୟରେ ଲୁଚି ରହିଥିଲା ଅନେକ କୁହା ଅକୁହା କଥା। କୁହା କଥା ଯେତକ, ତା'ଠାରୁ ଅକୁହା କଥାର ଓଜନ ଢେର୍ ବେଶି। କେତେ ବେଶି ସେଇଟା କେବେ ମାପି ହେଇନି କି ହେବ ନାହିଁ ବୋଧହୁଏ।
ଯେଉଁ କଲମ କାଳିରେ ଲେଖାଯାଇଥିଲା ସେ ଚିଠିଟି, ନା ସେ କାଳି ଅଛି, ନା ଅଛି ସେ କଲମର ଚିହ୍ନ ବର୍ଣ୍ଣ। ଯେମିତି ସେହି ଶବ୍ଦର ଭାବରେ ନିଜକୁ ଭିଜାଇ ହଜିଯାଇଛନ୍ତି ସମୟର ଶେଷ ଦ୍ବାର ପାଖ କେଉଁ ଗୋଟିଏ ଗଳିରେ। ଏତେ ଭାବନା କ'ଣ ଦୁନିଆରେ ଥାଏ!
ଏମିତି ଗାମ୍ଭୀର୍ଯ୍ଯ, ଏମିତି ମାଧୁର୍ଯ୍ୟ ଯେ କେତୋଟି ଅକୁହା କଥା ଓ ଅବ୍ୟକ୍ତ ଭାବନାରେ ଥାଇପାରେ, ତାହା ଚିନ୍ତା କରିବା ହିଁ କାଠିକର ପାଠ। ପ୍ରେମକୁ ପ୍ରେମ କରିପାରିଥିବା ବ୍ୟକ୍ତିଟିଏ ହିଁ ବୁଝିପାରିବ ତା'ର ସାରମର୍ମ- ସେ ସୂକ୍ଷ୍ମତାର ଶକ୍ତିକୁ । ସେଥିପାଇଁ ତ ଚିଠିଟିଏ ମଧ୍ଯେ ସାଇତି ହୋଇ ରହିଯାଇଛି ସେ ହୃଦୟରୁ ଖଣ୍ଡେ !
/ 9
: 285
#D2June
====================================
A Loose Translation:
A few words that tug at your heartstrings shelters some unseen unspoken words. Those unspoken words are much heavier than those that have been uttered. It, perhaps, is never possible to appraise the weight that these unspoken words have always carried.
The ink that penned those words in that letter have ever since dried up, and so has the stylus that housed it once. Immersed in the essence of these words, they have evanesced themselves- somewhere around the peripheral apogee of time's ultimate stance. Is it even possible for these depths of feelings to exist !
It's incomprehensible to imagine the sincerity, the sweetness that these words can encompass. Only a person who has loved Love can understand its essence - the power of that subtlety, that elegance, that etherealness. That is perhaps why the piece of that heart has been preserved in a letter!
/ 9
: 143
#D2June
====================================

No comments:
Post a Comment
Please let me know how you felt. I am all ears. Post a comment!