ନିରାପଦେ ବଢିଛି ସେ ସୁରକ୍ଷିତ କାୟାରେ ।
ଦୁନିଆର ରୀତି ନୀତି କି ଅବା ସେ ଜାଣିଛି,
ଆଲୋକର ମିଠା ମଧୁ କେବେ ବା ସେ ଚାଖିଛି !
ନିତି ଦେଖେ ଗୁଣ୍ଡୁଚିଙ୍କ କୌତୁହଳ, ପିମ୍ପୁଡ଼ିଙ୍କ ମେଲଣ,
ନିତି ଶୁଣେ କିଚିମିଚି ପକ୍ଷୀ ଗୀତ, ସାଧୁଙ୍କର ଜଣାଣ ।
କିନ୍ତୁ ଦେଖିନି ସେ ନୀଳବର୍ଣ୍ଣ ଆକାଶରେ ମେଘମାଳା ଶ୍ବେତ,
ଶୁଣିନି ସେ ଚପଳାର ମୃଦୁ ଧ୍ବନି ଅବା ସକାଳର ସ୍ବର୍ଣ୍ଣ ଗୀତ ।
ଭାବେ ବସି ବିଦେଶିନୀ ପବନର ସ୍ରୋତ କଥା,
କାହା ଗାଥା ଗାଏ ସେ ଯେ ଲାଗେ କିଛି ଅଧା ଅଧା?
ମହକେ ସେ ଅଜଣା ଏକ ପୁଲକିତ ବାସ୍ନାରେ,
ଅଛି କି ଏକ ଦୁନିଆ ତା' ଦୁନିଆ ବାହାରେ !?
ଦେଖେ ସିଏ ନିତି ଏବେ, ଏକ ଅଭାବନୀୟ ସପନ,
ଭାବେ ବସି ଅକଳ୍ପନୀୟ ଗାଥାରେ ଲୁଚିଥିବା ଗହନ ।
'ଅଭିଯାନ ଯେ ଅପରିହାର୍ଯ୍ୟ', ଶୁଣିଛି ସେ ଜୀବନେ,
ଅଜଣା ଅନ୍ଧକାରେ ସେ ଯିବ ଏବେ - ଆଲୋକର ସନ୍ଧାନେ ।
/ 16
: 108
N.B. Based on some basic and base level concepts of Metaphysics.

No comments:
Post a Comment
Please let me know how you felt. I am all ears. Post a comment!