ପଚାରିଲେ ଜନନୀ ମୋ'ର, "କ'ଣ ଖାଇଛୁ ଆଜି ମା?"
ମୁଁ କହିଲି, "କିଛି ନାହିଁ।"ସେ କହିଲେ (ବ୍ଯଙ୍ଗରେ),"ଖାଲି ପବନ ଖାଇଛୁ ତା'ହେଲେ।"
ମୁଁ କି ଏ ସୁଯୋଗ ଛାଡିବା ଲୋକ। ମୁଁ ମଧ୍ୟ କହିଲି,
"ଖାଲି ପବନ ନୁହେଁ ...
ଟିକିଏ ପବନ, ସେଥିରେ (ଗଛ ପତ୍ରର) ବର୍ଷା ପାଣି କଲି ମିଶ୍ରଣ ।
ଛିଡେଇ ଆଣି ଭସା ବାଦଲ ରୁ ଖଣ୍ଡେ,
ସଜେଇ ରଖିଲି ସେଥିରେ, ପୁଣି କହୁଛି ଶୁଣ...
ସଜ ଫୁଟା ଫୁଲର ମହକ ଟିକିଏ ଆଣି,
ତା' ଉପରେ ଛିଞ୍ଚି ଦେଲି ହାଲକା ହାଲକା ପୁଣି।"
ଏହା ଶୁଣି କହିଲେ ସେ, "ଆରେ ବାଃ ! ବଢିଆ କବିତା। "
"କବିତା ? ଏ କି କବିତା ? ଇଏ କ'ଣ କବିତା !?," ବୋଲି କହିଲି ମୁଁ।
ଆପଣ ମାନେ କୁହନ୍ତୁ ତ...
ଓଡ଼ିଆ ଖାଦ୍ୟରେ ଭାତ ର ମହତ୍ତ୍ୱର ସରି,
ଜନନୀ ମଧ୍ୟ ମୋ'ର ଠିକ ସେମିତି
ଟିକିଏ କାନିକା ପରି...
କାନିକାର ମିଠା ମିଠା ସ୍ବାଦ ଭଳି,
ମିଠା କଥା ଥା'ନ୍ତି ସେ କହି ।
ପୁଣି କେବେ ଅଳେଇଚ, ଡାଲଚିନି ମସଲା ଭଳି,
ବ୍ଯଙ୍ଗଭରା କଥାର ଛୁଙ୍କ ମଧ୍ଯ ଥାଏ ତହିଁ ।
ଦେଶି ଘିଅ ଭଳି ଥାଏ ଯତ୍ନ ଓ ପୋଷଣ
ପ୍ରଭୁ ପାଦେ କରିଥାନ୍ତି ସେ ସର୍ବଦା ଜଣାଣ।
ଓଡ଼ିଆ ଖାଦ୍ୟରେ ଭାତ ର ମହତ୍ତ୍ୱର ସରି,
ଜନନୀ ମଧ୍ୟ ମୋ'ର ଠିକ ସେମିତି
ଟିକିଏ କାନିକା ପରି...
/25
: 146
==============================
A Little Something:
The conversation mentioned here happened as it is... exactly as mentioned. So, permission and consent has been taken accordingly.
The last 12 lines may come as a surprise for her.
==============================

No comments:
Post a Comment
Please let me know how you felt. I am all ears. Post a comment!