Pages

Thursday, April 25, 2024

Never-Ending Pages: ଅସରନ୍ତି ପୃଷ୍ଠା ସବୁ

ଚିରନ୍ତନ ସେ ପ୍ରେମ ପୁସ୍ତକର
ଅସରନ୍ତି ପୃଷ୍ଠା ସବୁ ଓଲଟାଇବା ବେଳେ
ଦୃଷ୍ଟି ରହିଗଲା ସେହି ପୃଷ୍ଠାଟିରେ
ପୃଷ୍ଠାର ନାମ "ଜୀବନ"...
 
ଅସୀମ ବହିର ସିମୀତ ସେ ଜୀବନ ଫର୍ଦ୍ଦରେ
ଅନେକ ଗାଥା ଅନେକ କାହାଣୀ
କିଛି ଇତି ହୁଏ, କିଛି ରହିଯାଏ ସେମିତି
କିନ୍ତୁ ସରେ ସେ ଯାତ୍ରା,
ଫେରେ ସେ ପଥ, ଦେଇ ଲେଉଟାଣି...
 
କିନ୍ତୁ ପ୍ରେମ...
ଅନନ୍ତ ଅସରନ୍ତି ଅଦ୍ଭୁତ ଚିର ଚଇତି
ନା ଅଛି ତା'ର ଆଦି,
ଅନ୍ତ ବା ତା'ର ହେବ କେମିତି!?

================================================

A little something:

They say... Love is a page in the book of Life. But I believe, Life is a page in the book of Love. Even though the pages of Life is limited, this book called "Love" is never-ending, eternal.

It started with the thought: While skimming through the pages of (a book called) "Love", I stumbled upon a page which spelled "Life".

================================================
Copyright © 2024 One Life To Live. All Rights Reserved

No comments:

Post a Comment

Please let me know how you felt. I am all ears. Post a comment!