Pages

Monday, July 8, 2024

ଜହ୍ନର ସ୍ବପ୍ନ: Dream of the Moon

ତନ୍ଦ୍ରା ସୁରେ ଜହ୍ନ ନିଦ୍ରା ଯାଏ ଯେବେ,
ଭ୍ରମେ ସେ ସପନ ରାଇଜେ ।
ସେ ରାଇଜେ ଥାଏ ଶୂନ୍ଯର ଆକାଂକ୍ଷା,
ଶୂନ୍ଯ କୋଳେ ତିଳେ ଭ୍ରମ କାହିଁ ଯେ ?

ନାହିଁ ସେଠି ଧରା, ଦିଶେ ନାହିଁ ତାରା,
ନାହିଁ ମାନସିକ ଥାଳି, ଅବା ଅଲୋଡ଼ା ପସରା ।
ସେଠି ଅଛି ଅଭୁଲା ସେ ନିଶବ୍ଦର ଧ୍ବନି,
ଯେ ଧ୍ବନି ଗୁନ୍ଥିଥାଏ ଅର୍କାଲୋକ ମଧୁର ରାଗିଣୀ ।।

ଅର୍କାଲୋକ ରାଗିଣୀର ପ୍ରତିଟି ଛନ୍ଦରେ,
ଥାଏ କାହାଣୀ ମଧୁମୟ ପ୍ରତିଟି ପଦରେ ।
ନିଦ୍ରା ଗାଏ ତନ୍ଦ୍ରା ସୁରେ ଯେବେ ସେ କାହାଣୀ,
ମୁଗ୍ଧ ହୋଇ ଜହ୍ନ ହସେ ସେ ସ୍ବପ୍ନ କ୍ଷଣରେ ।।
Copyright © 2024 One Life To Live. All Rights Reserved